Odia News Portal

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ରାଜଧାନୀ ଉପକଣ୍ଠରୁ ପୁଣିଥରେ ବ୍ରାଉନସୁଗାର ଜବତ ହୋଇଛି । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ ଦାସ ଗିରଫ କରିଛି। ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଓ ବାଇକ୍ ଜବତା ଜବତ କରିଛି ଟିମ୍।

ସୂଚନା ମୁତାବିକ, ଖୋର୍ଦ୍ଧା କୁମ୍ଭାରବସ୍ତା ପେଟ୍ରୋଲ ପମ୍ପ ନିକଟରେ ଧଳାଜହରା କାରବାର ନେଇ ଏସ୍ଟିଏଫ୍ ଟିମ୍ ସୂଚନା ମିଳିଥିଲା। ଜଣେ ବିଟେକ୍ ଛାତ୍ରା କୋଟିଏ ଟଙ୍କାରୁ ଅଧିକ ଟଙ୍କା ବ୍ରାଉନ୍ସୁଗାର ଡିଲ୍ କରୁଥିବା ବେଳେ ହଠାତ୍ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଯୁବକ ଧରଥିଲେ। ପରେ ଛା୍ନଭିନ୍ ବେଳେ ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ୍ ଓଜନ ଧଳାଜହର ଜବତ କରିଥିଲା ଏସ୍ଟିଏଫ୍। ଏହି କାରବାର ଅନ୍ୟ କାର ସଂପୃକ୍ତି ନେଇ ଟିମ୍ ଛାନ୍ ଭିନ୍ ଚଳାଇଛି।