Odia News Portal

ମୋଦିଙ୍କୁ ଭେଟିଲେ, ପ୍ରଶ୍ନ ପଚାରିଲେ ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ୧୦ ବର୍ଷର ଝିଅର ଇଛା ପୂରଣ କରିବାକୁ ତାକୁ ସାକ୍ଷାତ କରିଛନ୍ତି। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଇମେଲ ପଠାଇ ତାଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲା। ମହାରାଷ୍ଟ୍ରର ମହମ୍ମଦନଗରରୁ ସାଂସଦ ଥିଲା ଡକ୍ଟର ସୁଜୟ ବିଖେ ପାଟିଲଙ୍କ ଝିଅ ଅନିଶା ପ୍ରଧାନମନ୍ତ୍ରୀଙ୍କୁ ମେଲ୍ ପଠାଇ ତାଙ୍କୁ ଦେଖା କରିବାର ସମୟ ମାଗିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି କେବଳ ମେଲ୍ର ରିପ୍ଲାଏ ଦେଇଥିଲେ ତାହା ନୁହେଁ ବୁଧବାର ଦିନ କୁନି ଝିଅଟିକୁ ଭେଟିଥିଲେ।ବିଜେପିର ଟ୍ବିଟର ହାଣ୍ଡେଲରେ ଏହାର ସୂଚନା ଦେଇ ଲେଖାଯାଇଥିଲା ଯେ, ୧୦ ବର୍ଷର ଝିଅଟି ଇମେଲ କରିଥିଲା ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହାନ୍ତି ଓ ଏହାପରେ ସାକ୍ଷାତ ମଧ୍ୟ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଲ୍ର ଜବାବ୍ ଲେଖାଥିଲା ‘ଦୌଡିକି ଚାଲିଆସ’ ଏହାପରେ ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲା। ୧୦ ବର୍ଷର ଏହି ଝିଅଟି ଅନିଶା ରାଧାକୃଷ୍ଣନ ବିଖେ ପାଟିଲଙ୍କ ନାତୁଣୀ। ସେଭଳି ଡକ୍ଟର ସୁଜୟ ବିଖେ ପାଟିଲ ମଧ୍ୟ ସାକ୍ଷାତ ସମୟର ଫଟୋ ସେୟାର କରିଥିଲେ, କିନ୍ତୁ ସେ ଇମେଲ ବିଷୟରେ କୌଣସି ଆଲୋଚନା କରିନଥିଲେ।