Odia News Portal

୧୨ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

ଭଦ୍ରକ: ୧୨ କିଲୋଗ୍ରାମ ଗଞ୍ଜେଇ ସମେତ ୧ ଲକ୍ଷ ୭ ହଜାର ଟଙ୍କା ଜବତ | ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ବଜ଼ାର ନିକଟରେ ଥିବା ଏକ ଦୋକାନ ଘରେ ଚଢ଼ାଉ କରାଯାଇ ୧୨ କିଲୋଗ୍ରାମ ଗଞ୍ଜେଇ ସମେତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ଚୁଡ଼ଙ୍ଗପୁର ଗ୍ରାମର ରବୀନ୍ଦ୍ର ସାହୁକୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।


ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ । ଉକ୍ତ ଚଢାଉରେ ଏସ୍‌.ଆଇ ସନ୍ତୋଷ କୁମାର ବଳ, ଏ.ଏସ୍‌.ଆଇ ନନ୍ଦୁ ନାୟକ ଓ ସନ୍ତୋଷ ଦାସ ଆଦି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା କେସ ନଂ: ୧୨୬/୨୦-୨୧ରେ ମାମଲା ରୁଜ୍ଜୁ କରାଯାଇଛି।