Odia News Portal

୧୭୫ ଗ୍ରାମ ଧଳା ଜହର ଜବତ, ୨ ଅଟକ

ଆଠଗଡ଼: ଆଠଗଡ଼ରେ ମାଡ଼ି ଚାଲିଛି ଧଳା ଜହର ବେପାରର ଚେର | ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ଏହି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଧଳା ଜହର କାରବାର ଚାଲିଥିବା ଖବର ମିଳିବା ପରେ ରାଜଧାନୀ ଭୁବନେଶ୍ୱରରୁ ଏସ୍‌ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଟିମ | ଉକ୍ତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯିବା ସହିତ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଥାନାକୁ ଅଣାଯାଇଅଧିକ ପଚରାଉଚରା କରାଯାଇଥିଲା । ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍‌ଟିଏଫ୍ ଟିମ୍‌ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ଆଠଗଡ଼ ଥାନା କେସ ନଂ ୩୪ ଧାରା ୨୧ (ବି) ଏନ୍ ଡି ପି ଏସ୍ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଏସ୍ ଟିଏଫ୍ ଅଭିଯୁକ୍ତମାନଙ୍କୁ ଆଠଗଡ଼ ପୋଲିସକୁ ହସ୍ତାନ୍ତର କରିବା ପରେ ଏହି ରାକେଟରେ କାମ କରୁଥିବା ଅନ୍ୟ ମାନଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଠଗଡ଼ ଥାନା ଆଇଆଇସି ଜ୍ଞାନ ରଞ୍ଜନ ମିଶ୍ର।