Odia News Portal

ପୁରୀ ଜିଲ୍ଲାରେ ଆଉ ୨ଦିନ ପାଇଁ ସ୍କୁଲ ବନ୍ଦ

ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ଲଘୁଚାପ ଜନିତ ବର୍ଷା ଓ ଜିଲ୍ଲାର ବନ୍ୟା ସ୍ଥିତିକୁ ଅଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଛି।  ବନ୍ୟା ସ୍ଥିତି ସୁଧୁରି ନଥିବାରୁ ପୁଣି ଦୁଇଦିନ ପାଇଁ ସ୍କୁଲ ଗୁଡିକୁ ବନ୍ଦ୍ ଘୋଷଣା କରାଯାଇଥିବା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।