Odia News Portal

୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ । ଆସନ୍ତାକାଲି ଦମ୍‌ ଦେଖାଇବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଏଥି ପାଇଁ ରାଜଧାନୀ ସାରା ଛାଇ ଯାଇଛି ବିଜେପିର ବ୍ୟାନର ଓ ପୋଷ୍ଟର । ପ୍ରମୁଖ ନେତାଙ୍କ ହୋଡିଂ ବି ଲାଗିଛି । ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କାଲି ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ନଡ୍ଡାଙ୍କୁ ସ୍ୱାଗତ ପାଇଁ ଗ୍ରାଣ୍ଡ ଆୟୋଜନ କରୁଛି ରାଜ୍ୟ ବିଜେପି । ବିମାନବନ୍ଦରରୁ ତାଙ୍କୁ ଶୋଭାଯାତ୍ରାରେ ଦଳର ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ ।

ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ ଜେ ପି ନଡ୍ଡା । ଜନତା ମଇଦାନରେ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛିି । ବିଜେପି ସମାବେଶରେ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ । ଦ୍ୱିତୀୟ ଦିନରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ଏହାସହ ସାଙ୍ଗଠନିକ ବୈଠକ ଓ ସଂଯୁକ୍ତ ମୋର୍ଚ୍ଚାର ସମାବେଶ ହେବ ।

ସେହିପରି ପଞ୍ଚାୟତ ଓ ପୌର ନିର୍ବାଚନ ଜବରଦସ୍ତ ସଫଳତା ପରେ ୨୪ ନିର୍ବାଚନ ପାଇଁ କମର କଷୁଛି ବିଜେଡି । ଆସନ୍ତାକାଲିଠୁ ଜନସମ୍ପର୍କ ପଦଯାତ୍ରା ପାଇଁ ଦୁଇ ଦିନିଆ ପ୍ରସ୍ତୁତି ବୈଠକ କରିବ ଦଳ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳରେ ବିଜେଡିର ନିର୍ବାଚିତ ଜନ ପ୍ରତିନିଧି, ପଦାଧିକାରୀଙ୍କୁୁ ନୂଆ ଦିଗ୍‌ଦର୍ଶନ ଦିଆଯିବ । ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ଆଲୋଚନା ହେବ ।

ଅନ୍ୟପଟେ ୨୪ ପାଇଁ ରଣନୀତି ବି ପ୍ରସ୍ତୁତ କରୁଛି କଂଗ୍ରେସ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଛି । ଆସନ୍ତାକାଲି ଖୋର୍ଦ୍ଧାରେ ଭାରତ ଯୋଡ ନେଇ କଂଗ୍ରେସ ବୈଠକ କରିବ । ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସାରା ରାଜ୍ୟରେ ତିନିମାସ ଧରି ଚାଲିବ । ଘରେ ଘରେ ଲିଫଲେଟ୍‌ ବାଣ୍ଟିବା ପାଇଁ ଦଳ ପ୍ରସ୍ତୁତ କରିଛି ଯୋଜନା।