Odia News Portal

ଆକ୍ରମଣ ଘଟଣାରେ ଆଉ ୩ ଗିରଫ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଆକ୍ରମଣ ମାମଲାରେ ସାମିଲ ୩ ଅଭିଯୁକ୍ତ ଗିରଫ । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ଆକ୍ରମଣରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି | ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡିକୁ ପୋଲିସ ଜବତ କରିଛି ।

ତେବେ ଏହି ଘଟଣାରେ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଞ୍ଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସି ସଭାପତିଙ୍କ ଗାଡିକୁ କିଛି ଯୁବକ ଆକ୍ରମଣ କରିଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା ।