Odia News Portal

ଭାରତୀୟ ଦଳରେ ୪ ଯୁବ କ୍ରିକେଟରଙ୍କ ଡେବ୍ୟୁ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଶେଷ ଦିନିକିଆ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ତେବେ ଦଳରେ ଆଜି ୪ଜଣ ନୂଆ ଖେଳାଳୀଙ୍କୁ ସ୍ଥାନ ମିଳିଛି । ଦିନିକିଆ ଦଳରେ ଆଜି ଡେବ୍ୟୁ କରିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ, ନିତିଶ ରାଣା, ଚେତନ ସାକାରିଆ ଏବଂ କ୍ରିଶାପା ଗୌତମ । ଏମାନଙ୍କ ପୂର୍ବରୁ କେବଳ ସଞ୍ଜୁ ସାମସନ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି । କାକି ଅନ୍ୟ ଖେଳାଳୀମାନଙ୍କ ମଧ୍ୟରୁ କେହି ମଧ୍ୟ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି । ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବାରୁ ସେମାନଙ୍କ ମନରେ ଖୁସି ନକହିବା ଭଲ । ତେବେ ଡେବ୍ୟୁ ମ୍ୟାଚରେ କିପରି ପ୍ରଦର୍ଶନ କରୁଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର ।