Odia News Portal

୫ ବର୍ଷର ଝିଅକୁ ତିନିଜଣ ଜଙ୍ଗଲ ଭିତରେ…

ନୂଆଦିଲ୍ଲୀ: ଦେହଲୋଭୀ ମଣିଷଙ୍କ ଉନ୍ମତ୍ତକାଣ୍ଡ । ଦେହର ଭୋକ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । କିଛି କ୍ଷଣର ସୁଖ ଲାଗି ମଣିଷରୁ ନର ରାକ୍ଷସ ପାଲଟିଯାଇଛନ୍ତି । ମାତ୍ର ୫ ବର୍ଷର ନାବାଳିକା ସହ ୩ ଜଣ ଯୁବକ ମିଶି ଦୁଷ୍କର୍ମ କରିଥିବା ଲଜ୍ଜା ଘଟଣା ସମାନାକୁ ଆସିଛି । ଔରଙ୍ଗାବାଦରେ ଏଭଳି ଲଜ୍ଜା ଜନକ ଘଟଣା ଘଟିଥିବାବେଳେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ମୁତାବକ, ଝିଅଟି ରାସ୍ତାରେ ଯାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କ ମୁହଁରେ ସ୍ପ୍ରେ ମାରି ବେହୋସ କରି ଦେଇଥିଲେ । ଆଉ ଏକ କାର ଯୋଗେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କୁ ମାରି ଦେବା ଲାଗି ଯୋଜନା ମଧ୍ୟ କରିଥିଲେ । ତେବେ ପୀଡ଼ିତାଙ୍କ ପରିବାର ଖବର ପାଇବା ପରେ ପୋଲିସ ଉପସ୍ଥିତିରେ ଯାଇ ଝିଅକୁ ଉଦ୍ଧାର କରିଥିଲେ ।