Odia News Portal

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ଆଜି ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ସେପଟେ ଆଉ ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନେତା ବାଛିବ ଗାଁ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର ।
ଗାଁ ଦାଣ୍ଡରେ ବୁଲୁଛନ୍ତି ହେଭିଓ୍ବେଟ୍ ସାଙ୍ଗକୁ ଷ୍ଟାର ପ୍ରଚାରକ । ଘରକୁ ଘର ବୁଲି ଭୋଟ୍ ହାତେଇବାକୁ ଅନ୍ତିମ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ସବୁ ଦଳ ଜିଲ୍ଲା ପରିଷଦ ଆସନ ଉପରେ ଫୋକସ କରିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ ବ୍ଲକର ୧୩୧ଟି ଜିଲ୍ଲାପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଞ୍ଚ, ସମିତି ସଭ୍ୟ ଏବଂ ୧୩ହଜାର ୫୧୪ ଓ୍ବାର୍ଡରେ ହେବ ଭୋଟିଂ । ୪୧ଲକ୍ଷରୁ ଅଧିକ ଭୋଟର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ । ଲୋକପ୍ରିୟ ଯୋଜନା ଓ ବିକାଶ ପାଇଁ ବିଜେଡି ସପକ୍ଷରେ ହାଓ୍ବା ବହୁଥିବାବେଳେ ଶାସକ ଦଳକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।