Odia News Portal

ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ୬ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ପ୍ରବଳ ଛେଚୁଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲାଯାଇଛି । ସତର୍କ ଘଣ୍ଟି ବାଜିବା ପରେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖେଲାଯାଇଛି । ଏହାପରେ ପର୍ଯ୍ୟାୟକ୍ରମରେ ୬ଟି ଗେଟ୍ ଖୋଲାଯାଇଛି । ତେବେ ଯଦି ଅଧିକ ବର୍ଷା ହୁଏ ତେବେ ଆହୁରି ଗେଟ୍ ଖୋଲାଯିବ ବୋଲି କୁହାଯାଇଛି ।