Odia News Portal

ଦଶହରା ଛୁଟି ଅଷ୍ଟମ ଶ୍ରେଣୀ ପାଠ ପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍ ମୋଡ୍ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍ ଅନୁସାରେ କେମିତି ପାଠପଢ଼ା ହେବ ସେ ନେଇ ଶନିବାର ସବୁ ଜିଲାର ଡିଇଓଙ୍କ ସହ ଭର୍ଚୁଆଲ ମୋଡ୍ରେ ଆଲୋଚନା କରାଯିବ।

ସୂଚନାନୁସାରେ, ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଅଫଲାଇନ୍ରେ ଚାଲିଥିଲା। କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍କୁଲ, କଲେଜ ସ୍ବାଭାବିକ ଭାବରେ ଚାଲିପାରୁ ନ ଥିଲା। ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଥିଲା।