Odia News Portal

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ() ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୁଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନି ସ୍ତରରେ ବିଭକ୍ତ କରାଯାଇଛି। ଏହାକୁ ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବି ସଜାଗ ରଖାଯାଇଛି।

ଏଥିରେ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ। ଜେଠୱା, ଗୁଇନ୍ଦା ମୁଖ୍ୟ, ଜଗତସିଂହପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ।