Odia News Portal

ପୁଣି ଆଫଗାନିସ୍ତାନରେ ବିସ୍ଫୋରଣ, ୩୨ ମୃତ

କାବୁଲ: କିଛିଦିନର ବିରତି ପରେ ପୁଣି ଆଫଗାନିସ୍ତାନରେ ଘଟିଛି ବଡ଼ ଅଘଟଣ । ଏଥରକ ଆତଙ୍କବାଦୀଙ୍କ ଟାର୍ଗେଟରେ ମସଜିଦ୍ । ଆତଙ୍କୀଙ୍କ ବିସ୍ଫୋରଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ମସଜିଦରେ ଉପରେ ଏହା ଦ୍ୱିତୀୟ ଆକ୍ରମଣ । ଟୋଲୋ ନ୍ୟୁଜ୍ ରିର୍ପୋଟ ଅନୁସାରେ କାନ୍ଧାହାରରେ ଥିବା ପ୍ରସିଦ୍ଧ ବିବି ଫତିମା ମସଜିଦରେ ନମାଜ ପଢ଼ିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଠିକ୍ ଏହି ସମୟରେ ହୋଇଥିଲା ଧମାକାଦାର ବିସ୍ଫୋରଣ । ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରତକ୍ଷଦର୍ଶୀଙ୍କ ଅନୁସାରେ ବହୁ ସଂଖ୍ୟାରେ ଲୋକେ ଗୁରୁତର ଆହତ ହୋଇଛନ୍ତି ।

ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ଅନୁମାନ କରାଯାଉଛି। କାରଣ ଆଇଏସଆଇଏସ ସିହା ମୁସଲମାନଙ୍କ ବଡ଼ ବିରୋଧୀ । ଗତ ଶୁକ୍ରବାର କୁନ୍ଦୁଜରେ ସିହା ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣରେ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା ।