Odia News Portal

୨୨ବର୍ଷ ପରେ ବନ୍ଧା ହେଲା ବିବନ୍

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା ବିବନ୍ ବିଶ୍ଵାଳ।ଭୁବନେଶ୍ଵରର ବାରଙ୍ଗ ରାସ୍ତାରେ କାର ଭିତରେ ହୋଇଥିଲା ଗଣ ଦୁଷ୍କର୍ମ ।ଏହି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରୁଥିଲା ।

ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ କୋର୍ଟ । ଉଭୟ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଗିରଫ ହୋଇଥିଲେ । ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା । ୩ ମାସ ତଳୁ ବିବନକୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ମୁମ୍ବାଇ-ପୁନେ ରାସ୍ତାରେ ଜଳନ୍ଧର ସ୍ବାଇଁ ନାମରେ ରହୁଥିଲା ବିବନ । ଶେଷରେ ପୋଲିସ ହାତରେ ଧରାପଡିଛି ।