Odia News Portal

ରାଜଧାନୀରେ ପୁଣି ହଜାରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର ; ରାଜଧାନୀରେ ପୁଣି ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ତେବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଆଉ ୧୦୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୧୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୭୯୧ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୧୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ ୪୨ ଜଣ , ଖଣ୍ଡଗିରି ରୁ ୪୧ଜଣ, ଡୁମଡୁମାରୁ ୩୫ ଜଣ , ନୟାପଲ୍ଲୀରୁ ୩୧ ଜଣ,ଓଲ୍ଡ ଟାଉନ୍ ଓ ପାତ୍ରପଡାରୁ ୨୮ ଜଣ ଲେଖାଏଁ , ଶୈଳଶ୍ରୀବିହାରରୁ ୨୬ ଜଣ,ଝାରପଡା ରୁ ୨୬ ଜଣ , ନିଳାଦ୍ରୀବିହାରରୁ ୨୫ ଜଣ, ୟୁନିଟ୍ ୯ ରୁ ୨୪ ଜଣ, ସହୀଦନଗର ଓ ଲକ୍ଷ୍ମୀସାଗରରୁ ୨୦ ଜଣ ଲେଖାଏଁ , ମେଂଚଶ୍ୱର ଓ ବରମୁଣ୍ଡାରୁ ୧୯ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।


ସେହିପରି ପଟିଆରୁ ୧୮ ଜଣ, ଚନ୍ଦ୍ରଶେଖରପୁର ଓ ବରମୁଣ୍ଡାରୁ ୧୩ ଜଣ ଲେଖାଏଁ , ଓଲ୍ଡଟାଉନ୍ ରୁ ୧୧ଜଣ, ନୟାପଲ୍ଲୀରୁ ୮ ଜଣ, ୟୁନିଟ୍ ୬ ଓ ଶୈଳଶ୍ରୀବିହାର ରୁ ୭ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୯୭୩ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୩୧୨୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୪୮୮ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୩୫ ରହିଛି ।