Odia News Portal

ଆଜିଠୁ ରାଜଧାନୀରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି । ୧୫ ବର୍ଷରୁ କମ୍ ପିଲାଙ୍କୁ ଅଭିଭାବକଙ୍କ ସହ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ସେହିପରି ରାଜଧାନୀରେ ଥିବା ମସଜିଦ ଓ ଚର୍ଚ୍ଚରେ କଟକଣା ଭିତରେ ହୋଇପାରିବ ସାମୁହିକ ପ୍ରାର୍ଥନା । ଭୁବନେଶ୍ୱର ମହାନଗର ନିଗମର ଏହି ନିଷ୍ପତ୍ତିକୁ ଉଭୟ ଭକ୍ତ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସ୍ୱାଗତ କରିଛନ୍ତି । ସୂଚନା ଅନୁସାରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜଧାନୀରେ ସମସ୍ତ ଧାର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ବିଏମସି ।