Odia News Portal

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି

ଅମୃତସର: ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନେଇ ବଡ ଚିନ୍ତାରେ ବଡି ଯାଇଛି । ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି । ପଞ୍ଜାବ ରାଜନୀତିରେ ସେ ପାଦ ଦେବାକୁ ଚାହାନ୍ତି ନାହିଁ ବୋଲି ପାର୍ଟି ହାଇକମାଣ୍ଡଙ୍କୁ କହିଛନ୍ତି ଅମ୍ବିକା ସୋନି । ସେପଟେ ରବିବାର କଂଗ୍ରେସ ବିଧାୟକ ଦଳ ବୈଠକ ବସିବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି ।

ଆଶା କରାଯାଉଥିଲା ଯେ, ଆଜି ବିଧାୟକ ଦଳ ବୈଠକରେ ପଞ୍ଜବାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରେ ଘୋଷଣା ହୋଇପାରେ । ହେଲେ ସାଧାରଣ ସଂପାଦକ ପରଗଟ ସିଂହ କହିଛନ୍ତି, ଏହା ସବୁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ । ଏହା ହାଇକମାଣ୍ଡଙ୍କ ସ୍ୱତନ୍ତ୍ର ଅଧିକାର ।

କଂଗ୍ରେସ ସାଂସଦ ଅମ୍ବିକା ସୋନି କହିଛନ୍ତି, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ । ପାର୍ଟି ହାଇକମାଣ୍ଡର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି, ବର୍ତ୍ତମାନ ସମୟରେ ଜଣେ ଶିଖଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍ । କଂଗ୍ରେସ ବିଧାୟକ କୁଲଦୀପ ସିଂହ ବୈଦ କହିଛନ୍ତି, ଆମେ ସୋନିଆ ଗାନ୍ଧୀଙ୍କ ଆଦେଶର ଅପେକ୍ଷା କରିଛୁ । ବିଧାୟକ ଦଳ ବୈଠକ ହେଲେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।