Odia News Portal

“ଅମୃତ ଆହାର”କାର୍ଯ୍ୟକ୍ରମର ୧୦୦ ତମ ସପ୍ତାହ ଉପଲକ୍ଷେ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର() ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ “ଅମୃତ ଆହାର” ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର ସ୍ଥିତ ଜଗନ୍ନାଥ କୁଷ୍ଠାଶ୍ରମ ରେ ସମର୍ପିତ ର ଉପଦେଷ୍ଟା ତଥା ଓଡିଶା ଖଦି ଗ୍ରାମଦ୍ୟୋଗ ବୋର୍ଡ ର ଅଧ୍ୟକ୍ଷ ବଡ଼ଭାଇ ଶ୍ରୀ ସଂଗ୍ରାମ ପାଇକରାୟ ଓ ଅନ୍ୟତମ ଉପଦେଷ୍ଟା ,ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ , ସମାଜସେବୀ ଡ଼. ପ୍ରକାଶ ତ୍ରିପାଠୀ ଙ୍କ ଉପସ୍ଥିତିରେ ପ୍ରତ୍ୟେକ ପରିବାର କୁ ଶୁଖିଲା ଖାଦ୍ୟ, ସାବୁନ, ମାସ୍କ, ବଣ୍ଟନ ଓ ଵୃକ୍ଷ ରୋପଣ କରାଯାଇଥିଲା, ସମେଇଗାଡ଼ିଆ ଓ ପଳାଶୁଣି ରେ ମଧ୍ୟ କିଛି ନିରାଶ୍ରୟ ମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ,ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସମର୍ପିତ ର ପ୍ରତିଷ୍ଠାତା ସଦାଶିବ ଜେନା ଙ୍କ ସମେତ ସମ୍ପାଦକ ବିସ୍ମୟ ରାଉତ, ସୁଶୀଲକାନ୍ତ ପ୍ରଧାନ,ସାର୍ଥକ ପରିଡା ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ରାଜେଶ ପରିଡା,ଓ ସଦସ୍ୟ ସୌମେନ୍ଦ୍ର ଲେଙ୍କା, ବିଶ୍ୱଜିତ ପ୍ରଧାନ, ରାକେଶ ପରିଡା, ବିଶ୍ୱଜିତ ଲେଙ୍କା, ଶୁଭ୍ରଜିତ ସାହୁ,ସର୍ବେଶ୍ୱର ସାହୁ, ରିତେଶ ସାହୁ, ତୁଷାର ବେହେରା ଉପସ୍ଥିତ ଥିଲେ।