Odia News Portal

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇର କାମ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା ।ସିବିଆଇ ଯାହା କରିପାରିଲା ନାହିଁ,ତାହା କରି ଦେଖାଇଛି କମିଶନରେଟ ପୋଲିସ ।୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା ବିବନ୍ ବିଶ୍ଵାଳ।ଭୁବନେଶ୍ଵରର ବାରଙ୍ଗ ରାସ୍ତାରେ କାର ଭିତରେ ହୋଇଥିଲା ଗଣ ଦୁଷ୍କର୍ମ ।ଏହି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରୁଥିଲା ।ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ଝଡ ସୃୃଷ୍ଟି କରିଥିଲା । ଏହି ଘଟଣା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ କୋର୍ଟ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା । ୩ ମାସ ତଳୁ ବିବନକୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ମୁମ୍ବାଇ-ପୁନେ ରାସ୍ତାରେ ଜଳନ୍ଧର ସ୍ବାଇଁ ନାମରେ ରହୁଥିଲା ବିବନ । ଶେଷରେ ପୋଲିସ ହାତରେ ଧରାପଡିଛି ।ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ କୋର୍ଟ । ଉଭୟ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଗିରଫ ହୋଇଥିଲେ । ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା । ୩ ମାସ ତଳୁ ବିବନକୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ମୁମ୍ବାଇ-ପୁନେ ରାସ୍ତାରେ ଜଳନ୍ଧର ସ୍ବାଇଁ ନାମରେ ରହୁଥିଲା ବିବନ । ଶେଷରେ ପୋଲିସ ହାତରେ ଧରାପଡିଛି ।

ଏହି ମାମଲାର ତଦନ୍ତ ସିବିଆଇ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରି ନ ଥିଲା । ଯାହା ସିବିଆଇ କରି ନ ଥିଲା ତାହା ଆମେ କରିବାରେ ସଫଳ ହେଲୁ ବୋଲି ପୋଲିସ କମିଶନର କହିଛନ୍ତି । ବିବନକୁ ଧରିବା ପାଇଁ ତିନି ମାସ ତଳେ ଆରମ୍ଭ ହୋଇଥିଲା ଅପରେସନ ‘ସାଇଲେଂଟ୍ ଭାଇପର’ ।

ଟ୍ୱିନସିଟି କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗଠିତ ହୋଇଥିଲା । ମୁମ୍ବାଇର ଆମ୍ବିଭ୍ୟାଲିରୁ ବିବନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମହାରାଷ୍ଟ୍ର ପୋଲିସ ଏଥିରେ ସହଯୋଗ କରିଥିଲା । ଜଳନ୍ଧର ସ୍ୱାଇଁ ନାଁରେ ଛଦ୍ମ ପରିଚୟ ପତ୍ର ଯୋଗାଡ କରିଥିଲା ବିବନ୍ । ୨୦୧୧ରୁ ଜଣେ ସ୍ଥାୟୀ କର୍ମଚାରୀ ଭାବେ ପାଣି ପାଇପ ମେକାନିକ୍ ଥିଲା । ଅନ୍ୟଲୋକଙ୍କ ଦ୍ୱାରା ପରିବାର ସହ ସଂପର୍କ ରଖୁଥିଲା ବିବନ । ପରିବାର ଲୋକଙ୍କ ଦ୍ୱାରା ମୃତ୍ୟୁ ପ୍ରମାଣପତ୍ର ଯୋଗାଡ ଉଦ୍ୟମ ମଧ୍ୟ କରୁଥିଲା ।