Odia News Portal

ଆଇସୋଲେଶନରେ ଥିବା ରୋଗୀଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ କେଜିରୱାଲ

ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍ଲାଇନ ଯୋଗେ ଯୋଗ କ୍ଲାସ ଆୟୋଜନ ହେବ ବୋଲି ସେ କହିଛନ୍ତି। ଏକ ଟିମ୍ ୧୫ ଜଣଙ୍କ ବ୍ୟାଚ୍ରେ କ୍ଲାସ ପରିଚାଳନା କରିବେ।