Odia News Portal

ତୀରନ୍ଦାଜରେ ଭାରତର ଦମଦାର ପ୍ରଦର୍ଶନ

ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମର ଉଚ୍ଚକୋଟିର ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ କାଜିକସ୍ତାନ ୫୭-୫୬ରେ ଆଗୁଆ ଥିଲା ।

ଏହା ପରେ ଭାରତୀୟ ଖେଳାଳି ଅତାନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ଦମଦାର ପ୍ରଦର୍ଶନକରି କ୍ୱାର୍ଟରଫାଇନାଲ ସ୍ଥାନ ନିଜପାଇଁ ସୁରକ୍ଷିତ ରଖିଥିଲେ । ସୂଚନା ଥାଉକି ଭାରତୀୟ ଦଳ ୪ର୍ଥ ଦିନ ଆରମ୍ଭରୁ ସାନଦାର ପ୍ରଦର୍ଶନ କରିଛି । ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଭବାନୀ ଦେବୀ । ଅସୀ ଚାଳନାରେ ଭାରତର ପ୍ରଥମ ପ୍ରତିଯୋଗୀ ଭାବେ ଅଲିମ୍ପିକ୍ସ ଖେଳି ବିଜୟରୁ ହିଁ ଅଭିଯାନ ଆରମ୍ଭ କରିଛନ୍ତି

ସେ ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟର ରାଉଣ୍ଡ-୬୪ରେ ଟ୍ୟୁନିସିଆର ନାଦିଆଙ୍କୁ ହରାଇ ଓଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଛନ୍ତି । ଅସୀ ଚାଳନା ବିଭାଗରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପାଦ ଥାପିଥିବା ୨୭ ବର୍ଷିୟ ଭବାନୀ ପ୍ରଥମ ପିରିୟଡର ୮-୦ରେ ଆଗୁଆ ରହିଥିଲେ । ପରେ ଦ୍ବିତୀୟ ପିରିୟଡରେ ନାଦିଆ ପ୍ରତ୍ୟାବର୍ତ୍ତନ କରିଥିଲେ । ହେଲେ ଭବାନୀ ଦେବୀ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ଯାହାଫଳରେ ୬ ମିନିଟ୍‌ ୧୪ ସେକେଣ୍ଡରେ ବିଜୟୀ ହୋଇ ଇତିହାସ ରଚିଛନ୍ତି ଭବାନୀ ଦେବୀ ।