Odia News Portal

ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ

ଭୁବନେଶ୍ୱର()  ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ ବୋଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।  ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ  ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ । ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ ।  ଅଧ୍ୟାପକ ନିଯୁକ୍ତି ଓପିଏସସି ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ ।  ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି ।  ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି    ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।