Odia News Portal

ବିଜେପି ଛାଡ଼ି ଲଣ୍ଡା ହେଲେ ବିଧାୟକ

ତ୍ରିପୁରା: ରାଜନୀତି ଇତିହାସରେ ନୂଆ ଖବର । ବିଜେପି ଛାଡ଼ିଲେ, ଆଉ ଲଣ୍ଡା ହେଲେ ବିଧାୟକ । ବିଜେପିରେ ମିଶି ଭୁଲ ହେଇଗଲା । ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁରମାରୁ ବିଧାୟକ ଆଶିଷ ଦାସ। ବିଧାୟକ ଆଶିଷ ଦାସଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଧିରେ ଧିରେ ବିଜେପି ଦଳ ପ୍ରତି ଲୋକଙ୍କ ଶ୍ରଦ୍ଧା କମୁଥିବାର ଏହା ଏକ ଉଦାହାରଣ ବୋଲି ସୋସିଆଲ ମିଡିଆରେ କିଛି ଲୋକେ କମେଣ୍ଟ କରିଛନ୍ତି। ଲଣ୍ଡା ହେବାରେ ବିଧାୟକ କୋଲକାତାର କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ବିଜେପି ଓ ବିଧାୟକ ପଦ ଛାଡୁଥିବା ନେଇ କହିଛନ୍ତି ଆଶିଷ ।

ଆଶିଷ କହିଛନ୍ତି ତ୍ରିପୁରାରେ ବିଜେପି ସରକାର ରାଜନୈତିକ ଅରାଜକତାକୁ ପ୍ରଶୟ ଦେଉଛନ୍ତି । ସରକାରଙ୍କ କାମକୁ ନେଇ ରାଜ୍ୟବାସୀ ଆଦୌ ଖୁସି ନାହାନ୍ତି । ଯେଉଁଥିପାଇଁ ମୁଁ ଦଳ ଛାଡୁଛି । ବିଜେପି ସରକାରର କୁଶାସନକୁ ପଶ୍ଚାତାପ କରିବା ସହ ଦଳ ଛାଡୁଥିବା କହିଛନ୍ତି ଆଶିଷ । କାଳୀଘାଟକୁ ଆସି ଆଶିଷ କହିଛନ୍ତି, ଏହା ଏକ ପବିତ୍ର ସ୍ଥାନ, ଏଠାରେ ସମସ୍ତଙ୍କର ମନୋକାମନା ପୂରା ହୋଇଥାଏ । ତେଣୁ ଏଠାରେ ମୁଁ ଲଣ୍ଡା ହେବା ସହ ବିଜେପି ଛାଡୁଛି । କିନ୍ତୁ ୨୦୨୩ରେ ନିର୍ବାଚନରେ ତ୍ରିପୁରାରୁ ବିଜେପି ସରକାରକୁ ନ ହଟାଇବା ଯାଏଁ ମୁଣ୍ଡରେ କେଶ ରଖିବିନି ବୋଲି କହିଛନ୍ତି ଆଶିଷ ।