Odia News Portal

ନୂଆ ଉନ୍ନୟନ କମିଶନର ଅସିତ ତି୍ରପାଠୀ

ଘରୋଇ ବିଭାଗ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ଉନ୍ନୟନ କମିଶନର ଥିବା ଆର
ବାଲକ୍ରିଶ୍ନନ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ତୀ୍ରପାଠି ଏଥି ସହିତ ଘରୋଇ ବିଭାଗର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟୀତ୍ୱ ତୁଲାଇବେ । ଆଜି ଏ ସକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସମବାୟ ବିଭାଗ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ରାଜ୍ୟ ୱୟାର ହାଉସିଂ କରପୋରେସନର ଏମଡି ଭାବେ ଅତିରିକ୍ତ ଦାଇତ୍ୱରେ ରହିଲେ । ସେଠାରେ ଥିବା ଏମଡି ସଂଗ୍ରାମ ମିଶ୍ର ମଧ୍ୟ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।