Odia News Portal

ଛାତ୍ରୀଙ୍କ ଗୋଡ଼ହାତ ବାନ୍ଧି ଜାଳିବାକୁ ଉଦ୍ୟମ

କଟକ: ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ । କଟକର ମାନସିଂହ ପାଟଣାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ଏକୁଟିଆ ଥିବା ଅବସ୍ଥାରେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦଲେ ୪ ଜଣ ଦୁର୍ବୃତ୍ତ । ଯାହାଫଳରେ ଯୁବତୀଜଣଙ୍କ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ତେବେ ଏହି ଘଟଣାରେ କଟକ ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି ପୀଡିତାଙ୍କ ବାପା | ଆଇ.ଆଇ.ସି ଲାଲବାଗଙ୍କ ଉପସ୍ଥିତିରେ ଡିସିପିଙ୍କ ସହ ଆଲୋଚନା ଚାଲିଛି |

କଟକ ମାନସିଂହ ପାଟଣାରେ ଜଣେ ଛାତ୍ରୀ ଘରେ ଏକୁଟିଆ ଥିବା ସମୟରେ ନିଆଁ ଲଗାଇ ପୋଡିମାରିଦେବାକୁ ଉଦ୍ୟମ କରାଯାଇଛି । ଏପରିକି ଛାତ୍ରୀଙ୍କୁ ଘରେ ଭିତରେ ପୁରାଇ ବାହାର ପଟୁ ନିଆଁ ଲଗାଇଦେଇଥିଲେ ୪ ଜଣ ଦୁର୍ବୃତ୍ତ । ଯାହାଫଳରେ କି ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଛାତ୍ରୀଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗୁରୁତର ଯୁବତୀଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

ମିଳିଥିବା ସୂଚନାନୁସାରେ , ଯୁବତୀ ଜଣଙ୍କ କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ୨ ପାଠ ପଢୁଛନ୍ତି । ଆଜି ପରିବାର ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲା । ଠିକ୍‌ ଏହି ସମୟରେ କିଛି ଦୁର୍ବୃତ୍ତ ଘରେ ପଶି ଯୁବତୀଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହାପରେ ବାହାର ପଟୁ ଘରର କବାଟ ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଲୋକେ ଦୌଡି ଆସିଥିଲେ , ଏବଂ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।