Odia News Portal

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖେର୍ଦ୍ଧା: ପାଗଳ ପ୍ରେମୀର ଉନ୍ମୁକ୍ତ କାଣ୍ଡ । ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇଗୋଡ଼ କାଟିଦେଲା ପ୍ରେମିକ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ତୁଳସୀପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥ୍‌ରେ ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି । ଜଘନ୍ୟକାଣ୍ଡ ଭିଆଇବା ପରେ ଫେରାର ହୋଇଯାଇଛି ସଇତାନ ଯୁବକ । ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଦାଶରଥୀ ବେହେରାକୁ ଖୋଜୁଛି ପୋଲିସ । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତୁଳସୀପୁର ଗାଁର ଦାଶରଥୀ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଛି । ତେବେ କିଛିଦିନ ପୂବେ ଯୁବତୀଙ୍କୁ ଅଶାଳିନ ବ୍ୟବହାର କରି ଜେଲ ମଧ୍ୟ ଯାଇଥିଲା । ତେବେ ଜେଲରୁ ଫେରିବା ପରେ ପୁଣିଥରେ ତାଙ୍କୁ ପ୍ରେମ ନିବେଦନ କରିଥିଲା । ଯୁବତୀ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏହାପରେ ଦାଶରଥୀ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଦୁଇଗୋଡ଼କୁ ହାଣି ଦେଇଥିଲେ । ଗାଁ ଲୋକ ଆସିବା ପରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।