Odia News Portal

ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ

ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ । ବର୍ଷାଙ୍କ ନାଁ ରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ରେ ମାମଲା ହୋଇଛି । ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ । ୨ ଥର ନୋଟିସ ପରେ ବର୍ଷା ଦିଲ୍ଲୀ ପୋଲିସ ରେ ହାଜର ହୋଇ ନାହାନ୍ତି । ହାଜର ପରିବର୍ତ୍ତେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ ବର୍ଷା । ସେପଟେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ମାମଲା ଏବେ ବି କୋର୍ଟରେ ଚାଲିଛି ।