Odia News Portal

ସୁସ୍ଥ ହେଲେ ସୈାରଭ ଗାଙ୍ଗୁଲି

କୋରନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇ, କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି ରିପୋର୍ଟରେ ଓମିକ୍ରନ ନେଗେଟିଭ୍ ଆସିଥିଲା । ୪୯ ବର୍ଷିୟ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ତୁରନ୍ତ ତାଙ୍କୁ ଆଣ୍ଟିବଡି କକଟେଲ ଥେରାପି ଦିଆଯାଇଥିଲା । ସୋମବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଉଡଲାଣ୍ଡ ହସ୍ପିଟାଲ ପକ୍ଷରୁ ପ୍ରତିଦିନ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟକୁ ନେଇ ସ୍ୱତନ୍ତ୍ର ବୁଲେଟିନ ଜାରି କରାଯାଇଥିଲା ।
୨୦୨୧ ଜାନୁଆରୀରେ ଗାଙ୍ଗୁଲିଙ୍କ ହାର୍ଟ ସମସ୍ୟା ପାଇଁ ତାଙ୍କୁ ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା । ଏଥି ପାଇଁ କିଛି ଦିନ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରେ କିଛି ଦିନ ଆଇସୋଲେସନରେ ରହିବେ ।