Odia News Portal

୧୦ ବର୍ଷ ପରେ ଆଜି ଏକାଠି ହେବେ ମୋଦୀ-ନୀତିଶ

ପାଟନା: ବିହାର ରାଜଧାନୀର ପାଟନାର ଗାନ୍ଧୀ ମଇଦାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୋଟିଏ ମଞ୍ଚରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ, ପ୍ରାୟ ୧୦ ବର୍ଷ ପରେ ନରେନ୍ଦ୍ର ମୋଦୀ ଓ ନୀତିଶ କୁମାରଙ୍କୁ ଏକାଠି ଏକ ରାଜନୈତିକ ମଞ୍ଚରେ ଦେଖିବାକୁ ମିଳିବ।ଏଠାରେ ସୂଚନାଯୋଗ୍ୟ ଯେ ୨୦୦୯ ସାଧାରଣ ନିର୍ବାଚନରେ ଲୁଧିଆନାରେ ନୀତିଶ କୁମାର ଓ ତତ୍‌କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ମଞ୍ଚରେ ଶେଷ ଥରଲାଗି ନିର୍ବାଚନ ପ୍ରଚାର କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବିହାରରେ ଗତ ବିଧାନସଭା ନିର୍ବାଚନ ସମୟରେ ମୋଦୀ ଓ ନୀତିଶ ପରସ୍ପର ବିରୁଦ୍ଧରେ ପ୍ରଚାର କରିଥିଲେ। କିନ୍ତୁ ଏବେ ବିହାରରେ ଭାଜପା-ଜେଡିୟୁର ମେଣ୍ଟ ସରକାର ଚାଲିଛି।
ଆଗାମୀ ଲୋକସଭା ନିର୍ବାଚନରେ ଉଭୟ ଦଳ ୧୭-୧୭ଟି ଆସନରେ ଲଢିବାର ନିଷ୍ପତ୍ତି ହୋଇଛି। ମେଣ୍ଟର ଅନ୍ୟ ସହଯୋଗୀ ରାମବିଳାସ ପାଶଓ୍ଵାନଙ୍କ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରୁ ପ୍ରାର୍ଥୀ ଦେବ।