Odia News Portal

ଭୁବନେଶ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ବର: ଓଡ଼ିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଭୁବନେଶ୍ବର ଲୋଏର ପିଏଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ଆପ୍ କର୍ମୀଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେବେ । ସାଧାରଣ ନିର୍ବାଚନ ପାଇଁ ତିନି ମାସ ସମୟ ଥିବା ବେଳେ, କେଜ୍ରିୱାଲଙ୍କ ଗସ୍ତ ଯୋଗୁଁ ଆପ୍ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି । ଆଜିର କାର୍ଯ୍ୟକ୍ରମରେ କେଜ୍ରିୱାଲ୍ କଣ କହିବେ, ତା ଉପରେ ହିଁ ସମସ୍ତଙ୍କ ନଜର ରହିଛି । ରାଜ୍ୟ ରାଜନୀତିରେ ସମ୍ଭାବ୍ୟ ସମୀକରଣ ନେଇ କଣ ରହିବେ କେଜ୍ରିୱାଲଙ୍କ ଆଭିମୁଖ୍ୟ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।