Odia News Portal

ୟୁନିଟ ୮, ଡି.ଏ.ଭି ସ୍କୁଲ ସମ୍ମୁଖରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ଶନିବାର ଅପରାହ୍ନ ୪ଘଟିକା ସମୟରେ ୟୁନିଟ ୮ ସ୍ଥିତ ଡି.ଏ.ଭି ସ୍କୁଲ ସମ୍ମୁଖରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ  ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟ, ଅଲ ଓଡିଶା ଷ୍ଟୁଡେଣ୍ଟ ଆସୋସିଏସନର ସଦସ୍ୟ ବିଶ୍ୱ ରଂଜନ ଭୂୟାଁ , କନ୍ୟା ଅନମୋଲ ହେ ର ସଦସ୍ୟ ମଧୁସ୍ମିତା ନାୟକ ଓ ଦେବସ୍ମିତା ଦାଶଙ୍କ ନେତୃତ୍ୱରେ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମିଶନରେଟ ପୋଲିସର ଟ୍ରାଫିକ ଡିସିପି ଶ୍ରୀମତୀ ସାଗରୀକା ନାଥ , ଓ ସମ୍ମାନୀୟ ଅତିଥି ଭାବେ  ଗୋପବଂଧୁ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ସାରଦା ପ୍ରସନ୍ନ ମହାନ୍ତି , ଟ୍ରାଫିକ ସଚେତନତା ଉପରେ ଜନସାଧାରଣଙ୍କୁ ନିଜ ନିଜର
ବକ୍ତବ୍ୟ ପ୍ରଦାନ କରିବା ସଂଗେ ସଂଗେ ଟ୍ରାଫିକ ନିୟମକୁ ମାନିବାକୁ ଅନୁରୋଧ କରିଥିଲେ । ଓ ସମସ୍ତ ସଂଗଠନର କିଛି ପ୍ରମୁଖ ସଦସ୍ୟ ଟ୍ରାଫିକ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପତ୍ର ମଧ୍ୟ ବଣ୍ଟନ କରିଥିଲେ ।

ଏହି  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ୟା ଅନମୋଲ ହେ ର ପ୍ରତିଷ୍ଠାତା ସରୋଜ ଦାସ , ସସ୍ମିତା ଦାସ , ସଭାପତି ଅର୍ଚ୍ଚନା ପାଣିଗ୍ରାହୀ , ଜ୍ୟୋତି  ପ୍ରକାଶ ସାମଲ ସ୍ମୃତି ପ୍ରକାଶ ସାମଲ , ମହାବୀର ପୂଜା କମିଟିର ସାଧାରଣ ସଂପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ, ସତ୍ୟବାନ ସାହୁ , ଅନୁଜ ଚନ୍ଦ୍ର ନାୟକ , ଦିପ୍ତି ରଂଜନ ଜେନା, ସେକ୍ ହାଇଦର ଓ ଜୀବନ ପଣ୍ଡାଙ୍କ ସମେତ ଉଭୟ ଅନୁଷ୍ଠାନର ଅନେକ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।

ଓଡିଶାର ଲୋକପି ୍ରୟ  ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ତିନିମାସ ମହଲତ ଦେଇଥିବାରୁ ସଂଗଠନର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କମିଶନରେଟ ପୋଲିସ ତରଫରୁ ଯେକୌଣସି ସଚେତନତା କାର୍ଯ୍ୟକ୍ରମ ହେଲେ ସଂଗଠନର ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ସମାଜସେବେୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟ ସୂଚନା ଦେଇଛନ୍ତି ।