Odia News Portal

ଭୁଲ ଚିକିତ୍ସାରେ ଚାଲିଗଲା ଜୀବନ

ବାଲେଶ୍ୱର : ଭୁଲ ଚିକିତ୍ସାରେ ଚାଲିଗଲା ବାଳକର ଜୀବନ । ବାଲେଶ୍ୱର ଭିମୁଳିଆ ଥାନା ଅଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଡା ଗାଁର ବିନୋଦ ସାହାଣୀଙ୍କ ୧୧ ବର୍ଷର ବାଳକ ଅମିନ୍‌ ହଠାତ୍‌ ବାନ୍ତି କରିଥିଲେ । ବିନୋଦ ଅଡା ବଜାରରେ ଥିବା ଏକ ମେଡିସିନ୍‌ ଦୋକାନକୁ ଯାଇ ଦୋକାନିଙ୍କ ପରାମର୍ଶ ଅନୁଯାୟୀ ଔଷଧ ଓ ଇଞ୍ଜେକସନ ଆଣି ପୁଅକୁ ଦେଇଥିଲେ । ପରେ ପୁଅ ଚେତା ଶୂନ୍ୟ ହୋଇପଡିବାରୁ ପୁଣି ଥରେ ମେଡିସିନ୍‌ ଦୋକାନକୁ ଦେଖାଇଥିଲେ ।

ଅବସ୍ଥା ଗୁରୁତର ଥିବାରୁ ତାକୁ ଭିମୁଳିଆ ମେଡିକାଲ ଆଣିଥିଲେ ପରିବାରଲୋକେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଭୁଲ ଚିକିତ୍ସା ପାଇଁ ପୁଅର ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।