Odia News Portal

ଓଡିଶା ପ୍ରଦେଶ କଂଗ୍ରେସର ଟି.ଏସ ସିଂ ଦେଓ ହେଲେ ଅସ୍ଥାୟୀ ପ୍ରଭାରୀ

ଭୁବନେଶ୍ବର : ଛତିଶଗଡର ବରିଷ୍ଠ କଂଗ୍ରେସ ନେତା ଟି. ଏସ ସିଂ ଦେଓଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଭାବେ ଏଆଇସିସି ନିଯୁକ୍ତ କରିଛି । ଏନେଇ ଏ ଆଇ ସିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜିତେନ୍ଦ୍ର ସିଂ ଏବେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ଟିଏସ ସିଂ ଦେଓ ମଧ୍ୟ ଅସ୍ଥାୟୀ ପ୍ରଭାରୀ ରହିବେ ।  କଂଗ୍ରେସ ମଧ୍ୟ ଓଡିଶାକୁ ଫୋକସରେ ରଖିଛି । ସେଥିପାଇଁ ରାହୁଲ ଗାନ୍ଧୀ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । ଯେ କୌଣସି ମତେ କ୍ଷମତା ହାସଲ ପାଇଁ କଂଗ୍ରେସ କୌଣସି ସୁଯୋଗ ହାତ ଛଡା କରିବାକୁ ଚାହୁଁ ନାହିଁ । ସମସ୍ତଙ୍କଠୁ ଆଗରେ ପ୍ରର୍ଥୀ ତାଲିକା ଘୋଷଣା ହେବ ବୋଲି ମଧ୍ୟ ଦଳ ଘୋଷଣା କରିଛି ।