Odia News Portal

ଦାରିଙ୍ଗିବାଡି ଘାଟିରେ ଝୁଲିଲା ବସ୍ : ୫୦ ଉଦ୍ଧାର

ବ୍ରହ୍ମପୁର : ପୁଣି ଗଞ୍ଜାମ- କନ୍ଧମାଳ ସୀମାନ୍ତ ଦାରିଙ୍ଗିବାଡି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରରେ ବସଟି ଘାଟି ତଳକୁ ନଖସି ମଝିରେ ଝୁଲି ରହିଛି। ତେବେ ଏକ ନିଶ୍ଚିତ ଦୁର୍ଘଟଣାରୁ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ବସ୍ ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ଯାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ଵରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀମାନେ ପିକନିକ ପାଇଁ ଦାରିଙ୍ଗିବାଡିକୁ ଆସିଥିଲେ । ତେବେ ବଣ ଭୋଜି ସାରି ଫେରୁଥିବା ବେଳେ ୯ନଂ ଘାଟିରେ ଗାଡିର ଟାୟର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସ୍ ଭିତରେ ଥିବା ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇଆସିଥିଲେ । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ଯାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ସମସ୍ତଙ୍କୁ ଅନ୍ୟ ଏକ ବସ୍ ଯୋଗେ ସୋରଡା ପଠାଯାଇଥିବା ଜଣାପଡିଛି  । ବସରେ ପ୍ରାୟ ୫୦ଜଣ ଥିବା ଜଣାପଡିଛି ।