Odia News Portal

ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୧୧ ଦଶମିକ ୪୯ ସେକେଣ୍ଡରେ ସେ ପାର କରିଥିଲେ ଶହେ ମିଟର ।

ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅଭିନନ୍ଦନ ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ତାପୂର୍ବରୁ ଘରୋଇ ପରିବେଶରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ରାଜ୍ୟ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।