Odia News Portal

କାଲି ଠାରୁ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ

ଭୁବନେଶ୍ୱର : ଆଜି ଫେବୃଆରୀ ୨୯ ତାରିଖ। ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଟ୍ରାଫିକ କଟକଣା। ସରକାରଙ୍କ ପ୍ରଦତ୍ତ ସମୟ ଆସନ୍ତାକାଲି ଶେଷ ହେଉଛି । ତେଣୁ କାଲିଠାରୁ ଜୋରଦାର ହେବ ଚେକିଂ। ଏ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଉଦବେଗ। ସମସ୍ତେ ନିଜର କାଗଜପତ୍ର ଠିକ କରିବାରେ ଲାଗି ପଡିଛନ୍ତି । ଆଜି RTO ଅଫିସ ଓ ଏମିସନ ଚେକିଂ ସେଣ୍ଟରରେ ନାହିଁ ନଥିବା ଭିଡ଼। ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଅନେକ ଲୋକ ମୋଟା ଅଙ୍କର ତଣ୍ଡା ଗଣିବା ବି ଆମେ ଦେଖିସାରିଛେ । କିନ୍ତୁ ଅନେକ ସମୟରେ ସାଧାରଣ ଜନତା ମଧ୍ୟ ଭୁଲ ଟ୍ରାଫିକ ନିୟମର ଶିକାର ହୋଇଥାନ୍ତି ଏବଂ ଏଥିପାଇଁ ଉଦବେଗ ପ୍ରକାଶ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବୁ ଟ୍ରାଫିକ ନିୟମକୁ ନେଇ କଣ ଅଛି ଆପଣଙ୍କର ଆଇନଗତ ଅଧିକାର । ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍‌ ପୋଲିସ ଅଟକାଉଛନ୍ତି ତେବେ ଆପଣଙ୍କୁ ବିଲକୁଲ ବି ଡରିବାର ଆବଶ୍ୟକତା ନାହିଁ। କାହିଁକି ନା ଆପଣଙ୍କର ବି କିଛି ଅଧିକାର ରହିଛି ଯାହା ଆଇନ୍‌ ଆପଣଙ୍କୁ ଦେଇଛି। ସେହିପରି ଟ୍ରାଫିକ୍‌ ପୋଲିସଙ୍କର ବି କିଛି ଡ୍ୟୁଟି ରହିଛି ଯାହାକୁ ସେମାନେ ପାଳନ କରିବା ମଧ୍ୟ ଜରୁରୀ। ତେବେ ଆସନ୍ତୁ ଜାଣିବା କଣ ଏହିସବୁ ଅଧିକାର।

-ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍‌ ପୋଲିସ ଅଟକାଉଛନ୍ତି ତେବେ ସେ ସର୍ବପ୍ରଥମେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମାଗିବେ। ଏଥିପାଇଁ ଆପଣ ସବୁବେଳେ ନିଜ ସହିତ ଡ୍ରାଇଭିଂ ଲାଇସେନ୍ସ ରଖିବା ଜରୁରୀ। -ଏହାସହିତ କିଛି ଜରୁରୀ କାଗଜପତ୍ରର ଅରିଜିନାଲ କପି ପାଖରେ ରଖିବା ଜରୁରୀ। ଏହି କାଗଜପତ୍ର ମଧ୍ୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି), ଗାଡିର ଇନ୍ସ୍ୟୁରାନ୍ସ ପଲିସି ଏବଂ ଗାଡିର ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ ପାଖରେ ରଖିବାକୁ ପଡିବ ।