Odia News Portal

ରାଜ୍ୟରେ କେବେ ନିଯୁକ୍ତ ହେବେ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର ?

ଭୁବନେଶ୍ୱର : ରାଜ୍ୟ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା କରୁଛନ୍ତି । ଏହାର ମୁକାବିଲା ପାଇଁ ଅତି ଆବଶ୍ୟକ ଥିବା ମାସ୍କ ଓ ସାନିଟାଇଜର ବଜାରରୁ ଉଭାନ ହୋଇଥିବାବେଳେ ଏଥିପାଇଁ ଔଷଧ ଦୋକାନ ଗୁଡିକ ଉପରେ ଚଢଉ ଲାଗି କୁହାଯାଇଛି । ତେବେ ରାଜ୍ୟରେ ଏଭଳି ବିପର୍ଯ୍ୟୟ ସ୍ଥିତିରେ କିନ୍ତୁ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର (ଭେଷଜ ନିୟବକ) ନାହାନ୍ତି । ପ୍ରାୟ ୭ବର୍ଷ ହେଲା କାମଚଳା ଢଙ୍ଗରେ ଚାଲିଛି ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି । ସାରା ରାଜ୍ୟର ଔଷଧ ଦୋକାନ ରହିଛି ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିୟବଣରେ । ବର୍ତ୍ତମାନ ଜରୁରୀ ସ୍ଥିତିରେ ବିପର୍ଯ୍ୟୟ ମୁକାବିଲା ପାଇଁ ତାଙ୍କର ଉପସ୍ଥିତି ଅତି ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ରାୟ ସାତବର୍ଷ ହେଲା ସରକାର ଏହି ପଦବୀରେ କାହାକୁ ନିଯୁକ୍ତି ଦେଇପାରୁ ନାହାନ୍ତି । ୨୦୧୨ ମସିହାର କଟକର ବହୁ ଚର୍ଚ୍ଚିତ ଔଷଧ ମୃତ୍ୟୁ ପରେ ଏହି ପଦବୀଟି ଖାଲିଡିଛି ।
ପ୍ରାୟ ଦେଢ ବର୍ଷ ତଳେ ଏହି ପଦବୀରେ ନିୟମିତ ଅଧିକାରୀଙ୍କୁ ବସାଇବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ୨୪ଘଣ୍ଟା ଭିତରେ ତାହାକୁ ବାତିଲ କରିଦିଆଗଲା । ଏହା ପରଠାରୁ ଆଉ ଏହି ପଦବୀ ପଦା କେହି ଚିନ୍ତା କରୁନାହାନ୍ତି । ଠିକାରେ କାମ ଚଳାଇ ନେଉଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ନିଯୁକ୍ତି ନେଇ ମୁଖ୍ୟମବୀ ଦେଇଥିବା ନିର୍ଦ୍ଦେଶ ବି ଶୀତଳଭଣ୍ଡାରରେ । ଏହା ଫଳରେ ଦପ୍ତରର କନିଷ୍ଠ ଅଫିସରଙ୍କ ଉପରେ ଆଉ କାହାର ନିୟବଣ ରହୁନାହିଁ । ଚଢଉ କରିବାପାଇଁ ଆଗୁଆ ଘୋଷଣାର ଦୁଇ ତିନିଦିନ ପରେ ଚଢଉ ହେଉଥିବାରୁ ବେଆଇନ୍‍ ମହଜୁଦକାରୀମାନେ ସହଜରେ ଖସି ଯାଉଛନ୍ତିା  ସେମାନଙ୍କୁ ବି ମାଲ୍‍ ଲୁଚାଇବାକୁ ସମୟ ମିଳିଯାଉଛି । ଏହାର ଏକ ମାତ୍ର କାରଣ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁପସ୍ଥିତ । ଯେଉଁ ସମୟରେ ଯାହା ନିଷ୍ପତ୍ତି ନିଆଯିବା କଥା ତଳିଆ ଅଫିସରମାନେ ତାହା ନେଇପାରୁ ନାହାନ୍ତି । ଔଷଧ ପରୀକ୍ଷା ନିରୀକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ଉଲ୍ଲେଖନୀୟ ଯେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ କଟକ ଔଷଧ ମୃତ୍ୟୁ ଘଟଣାରେ ସେତେବେଳର ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଇସ୍ତଫା ଦେଇଥିବାବେଳେ ତତ୍କାଳନୀ ଡ୍ରାଗ୍ସ କଣ୍ଟ୍ରୋଲର ଅନ୍ନଦା ପ୍ରସାଦ ଦାସଙ୍କୁ ସରକାର ପଦରୁ ହଟାଇ ଦେଇଥିଲେ ।
ତାଙ୍କ ସ୍ଥାନରେ ଯାହାଙ୍କୁ ବସାଇଥିଲେ ଔଷଧ ମୃତ୍ୟୁ ତଦନ୍ତ କମିଶନ ସେହି ଅଫିସରଙ୍କ ବିରୁଦ୍ଧରେ ଟିପ୍ପଣୀ ଦେଇଥିଲେ । ଏଥି ସହିତ ସମ୍ପୃକ୍ତ ଅଧିକାରୀ ଡ୍ରଗ୍ସ କଣ୍ଟ୍ରୋଲର ଦାୟିତ୍ୱରେ ଥିବାବେଳେ ଭିଜିଲାନ୍ସ ଜାଲରେ ବି ପଡିଥିଲେ । ହେଲେ କୌଣସି ଅକୁହା କାରଣରୁ ସେ ତାଙ୍କ କାର୍ଯ୍ୟକାଳ ସୁରୁଖୁରୁରେ ସାରି ଚାଲିଗଲେ । ଏହା ପରଠାରୁ ଏହି ପଦବୀଟି ଠିକାରେ ଚାଲିଛି । ଏବେ କରୋନା ମୁକାବିଲା ସମୟରେ ପୁଣିଥରେ ସ୍ଥାୟୀ ଡ୍ରଗ୍ସ କଣ୍ଟ୍ରୋଲର ନିଯୁକ୍ତି ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି ।