Odia News Portal

ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ଦେଶବ୍ୟାପୀ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣାକୁ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ନବୀନ କହିଛନ୍ତି, ‘ଏହି ବିପଦ ସମୟରେ ସମସ୍ତେ ଏକାଠି ହେବା । କରୋନା ମୁକାବିଲା ଏହି ସମୟର ବଡ଼ ଆହ୍ଵାନ । କରୋନା ମୁକାବିଲା ଏହି ସମୟର ବଡ଼ ଆହ୍ଵାନ ।

କହି ରଖୁଛୁ ଯେ ଦେଶକୁ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟା ଠାରୁ ଆରମ୍ଭ ହେବ ଲକ୍‌ ଡାଉନ୍‌। ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜନତା କର୍ଫ୍ୟୁ ଠାରୁ କଟକଣା ଆହୁରି କଠୋର ହେବ ବୋଲି ମୋଦି କହିଛନ୍ତି। ୨୧ ଦିନ କଟକଣାରେ ନରହିଲେ, ଦେଶ ୨୧ ବର୍ଷ ପଛକୁ ଫେରିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଆକ୍ରାନ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ଠାରେ ଆରମ୍ଭରେ କୌଣସି ଲକ୍ଷ୍ୟଣ ଦେଖାଯାଉ ନାହିଁ। ତେଣୁ କେବଳ ପ୍ରତିଶେଧ ମୂଳକ ପଦକ୍ଷେପ ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ। ଦେଶବାସୀ ଘରେ ରୁହନ୍ତୁ ବୋଲି ମୋଦି କହିଛନ୍ତି। ସେହିପରି କରୋନା ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୋଦି କହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ମୋଦି କହିଛନ୍ତି । ଭାରତରେ ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଡିଲାଣି କରୋନା ଭାଇରସ୍‌ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବର୍ତ୍ତମାନ ସୁଦ୍ଧା ପ୍ରଣଘାତୀ ଭାଇରସ୍‌ ନେଲାଣି ୧୦ ଜଣଙ୍କର ଜୀବନ । ସଂକ୍ରମିତ ହେଲେଣି ୫ଶହରୁ ଅଧିକ ଲୋକ ।