Odia News Portal

କରୋନା ୱାର୍ଡ ବୁଲି ସମୀକ୍ଷା କରୁଛନ୍ତି, ଜିଲାପାଳ ବଲୱନ୍ତ ସିଂ

ପୁରୀ : ପୁରୀ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କରୋନା ମୁକାବିଲା ପାଇଁ କେମିତି ରହିଛି ପ୍ରସ୍ତୁତି ଏହା ସମୀକ୍ଷା କରୁଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ।  ଜିଲାପାଳ ବଲୱନ୍ତ ସିଂ ସଚେତନତା ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକକୁ ବ୍ଲକ ବୁଲି  କରୋନା ୱାର୍ଡ ପରିଦର୍ଶନ କରୁଛନ୍ତି। ଏଥି ସହିତ ବ୍ୟବସ୍ଥା ଓ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝୁଥିବା କଥା ସୂଚନା ମିଳିଛି। ଅଞ୍ଚଳରେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ସମ୍ପର୍କିତ ପରାମର୍ଶ ଦଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ଜିଲାପାଳ ବଲୱନ୍ତ ସିଂ କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ସମୀକ୍ଷା କରିଛନ୍ତି। ପୁରୀ ଜିଲ୍ଲାକୁ ଲାଗିଥିବା ଜଗତ୍‌ସିଂହପୁର ଜିଲା ସୀମା ସିଲ୍‌ ଅଞ୍ଚଳ ବୁଲି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଉପଜିଲାପାଳ ଭବତାରଣ ସାହୁ, ସମ୍ପୃକ୍ତ ଅଞ୍ଚଳର ମେଡିକାଲ ଅଧିକାରୀ, ତହସିଲଦାର, ବିଡିଓ, ଥାନା ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ।