Odia News Portal

ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଗୁଳିମାଡ

ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବା ନେଇ ଜଣାପଡିଛି । ସେ କୌଣସି କାମରେ ଯାଉଥିବା ବେଳେ ଏଫସିଆଇ ଛକ ନିକଟରେ ତାଙ୍କ ବୋଲେରୋ ଗାଡି ଉପରକୁ ଦୁର୍ବୃତମାନେ ଗୁଳିମାଡ କରିଛନ୍ତି । ତେବେ ଗୁଳିମାଡରେ ଅଳ୍ପକେ ବର୍ତି ଯାଇଛନ୍ତି ଦେବେନ୍ଦ୍ର କହଁର । ଏହି ଘଟଣା ପରେ ତାଙ୍କର ସହଯୋଗୀ ଓ ସ୍ଥାନୀୟ ଲୋକେ ଗୁଳିମାଡ କରିଥିବା ଯୁବକଙ୍କୁ କାବୁକରି ପୁଲିସ ଜିମା ଦେଇଛନ୍ତି । ସଂପୃକ୍ତ ଯୁବକଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି ।

ଉଲ୍ଲେଖଥାଉ କି, ୨୦୧୮ ଅକ୍ଟୋବର ୯ ତାରିଖରେ କନ୍ଧମାଳ ପୁଲିସ ଦ୍ୱାରା ସେ ଆନ୍ଧପ୍ରଦେଶରୁ ଗିରଫ ହୋଇଥିଲେ । ଜଣେ ମହିଳାଙ୍କୁ ଅସଦାଚରଣ କରିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦଫା ୩୫୪, ୩୭୦, ୩୨୩, ୨୯୪ ଓ ୪୫୧ରେ ମାମଲା ରୁଜୁ ହୋଇଥିଲା । ତେବେ ଉକ୍ତ ଘଟଣାକୁ ନେଇ ଏଭଳି ଗୁଳିମାଡ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।