Odia News Portal

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲା ଜାରକା ଇନରହୁଇଲ କ୍ଲବ

ଯାଜପୁର : କରୋନା ସହ ମୁକାବିଲା କରୁଛି ଏବେ ସାରା ରାଜ୍ୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଜାରକା ଇନରହୁଇଲ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

କ୍ଲବର ସଭାନେତ୍ରୀ କଳ୍ପନା ପରିଡା, ପୂର୍ବତନ ସଭାନେତ୍ରୀ ମିନତୀ ସାହୁ, ମାଧୁରୀ ଶତପଥୀ, ସଦସ୍ୟା ଶକୁନ୍ତଳା ମହାନ୍ତି, ଅଜନ୍ତା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ କର ପ୍ରମୁଖ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଏହି ଚେକ ପ୍ରଦାନ କରିଥିଲେ।