Odia News Portal

ଟ୍ରେନରେ ଘରକୁ ଯାଇପାରିବେନି ଶ୍ରମିକ : କର୍ଣ୍ଣାଟକ ସରକାର

କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା । କର୍ଣ୍ଣାଟକରୁ ଟ୍ରେନରେ କେହି ବି ଶ୍ରମିକ ଯାଇପାରିବେନି । ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଏଥିପାଇଁ ରେଳ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । କର୍ଣ୍ଣାଟକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ।

ନିର୍ମାଣ କାର୍ଯ୍ୟ, ଶିଳ୍ପ କାର୍ଯ୍ୟ ଓ ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ କ୍ଷେତ୍ରରେ ଶ୍ରମିକଙ୍କ ଆବଶ୍ୟକତା ରହିଛି । ବିଲଡର୍ସଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଗତକାଲି ପୋଲିସ କମିଶନର ପ୍ରବାସୀ ଶ୍ରମିକ ନଯିବାକୁ ଅପିଲ କରିଥିଲେ ।