Odia News Portal

ଲୁଗା ଓ କପଡ଼ା ବ୍ୟବସାୟୀଙ୍କ ଭେଳା ବୁଡ଼ାଇଲାଣି କଟକଣା

ଭୁବନେଶ୍ୱର : କରୋନା କଟକଣା ଏବେ ରାଜ୍ୟର ଅନେକ ଲୁଗା ଓ କପଡା ବ୍ୟବସାୟୀଙ୍କ ଭେଳା ବୁଡାଇଲାଣି । ଏମାନଙ୍କ ବେପାର ବୁଡିବା ସହିତ ସେହିସବୁ ଦୋକାନ ଓ ଶିଳ୍ପରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ବେକାର ହେବାକୁ ବସିଲେଣି । ଲୁଗାପଟା ଆଦି ପୋଷାକ ସାମଗ୍ରୀ ଅତ୍ୟାବଶ୍ୟକ ହୋଇନଥିବାରୁ ସେହିସବୁ ଦୋକାନ ଖୋଲିବାକୁ ଅନୁମତି ମିଳୁନାହିଁ । ଦୁଇମାସ ଧରି ଏହିସବୁ ଦୋକାନ ବନ୍ଦ ରହିଥିବାବେଳେ ବଡ ବଡ ବ୍ୟବସାୟୀମାନେ କର୍ମଚାରୀମାନଙ୍କୁ ଦରମା ଦେଇ ରଖିଛନ୍ତି । ତେବେ କେତେଦିନ ଏଭଳି ଚାଲିବ ସେହି ଚିନ୍ତା ସେମାନଙ୍କୁ ଘାରିଛି । ଆଗକୁ ସାବିତ୍ରୀ ଓ ପରେ ପରେ ରଜ ଉତ୍ସବ ଆସୁଛି । ଏହି ସମୟରେ ଲୁଗାଦୋକାନୀ ମାନେ ସର୍ବାଧିକ ବ୍ୟବସାୟ କରିଥାନ୍ତି । ହେଲେ ଏଥର ସାବିତ୍ରୀ ବେପାର ପୂରା ମାଡ ଖାଇଯିବ ବୋଲି ଜଳ ଜଳ ହୋଇ ଦିଶିଲାଣି । ଏଥି ସହିତ ବିବାହ ବ୍ରତ ଉପରେ ବି କଡା କଟକଣା ଲାଗିଥିବାରୁ ଲୋକେ ନୂଆ ନୂଆ ପୋଷାକପତ୍ର ଆବଶ୍ୟକ କରୁନାହାନ୍ତି ।

ସେହିଭଳି ଲୁଗା ଦୋକାନ ଗୁଡିକ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ବୁଣାକାରମାନେ ହାତବାନ୍ଧି ବସିଗଲେଣି । ରପ୍ତାନି ତ ଦୂରରକଥା ଘରୋଇ ବଜାରରେ ଲୁଗାପଟା ବିକ୍ରି ହେଉନଥିବାରୁ ବ୍ୟବସାୟୀମାନେ ଆଉ ବୁଣାକାରଙ୍କ ନିକଟରୁ ଲୁଗା ସଂଗ୍ରହ କରୁନାହାନ୍ତି । ତେଣୁ ହସ୍ତତନ୍ତ ଉପରେ ନିର୍ଭରଶୀଳ ଅନେକ ବୁଣାକାର ଏବେ ଜୀବିକା ହରାଇବାର ଆଶଙ୍କା ସୃଷ୍ଟି ହେଲାଣି । ଅବସ୍ଥା ଏଭଳି ହୋଇଛି ଯେ ର୍ଗା ଗାଁ ବୁଲି ହାତି ତିଆରି ଲୁଗା ବୁଣୁଥିବା ବ୍ୟବସାୟୀମାନଙ୍କୁ ବି ଗାଁ ଲୋକେ କରୋନା ଭୟରେ ମାରି ଗୋଡାଉଛନ୍ତି । ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସହରରେ ଲୁଗା ଓ ପୋଷାକ ଦୋକାନ ଗୁଡିକର ମାର୍କେଟ କମ୍ପେ୍ଲକ୍ସରେ ରହିଥିବାରୁ ତାହାକୁ ଖୋଲିବାକୁ ଅନୁମତି ମିଳୁନାହିଁ । ଯଦି ଏଭଳି ଅବସ୍ଥା ଲାଗି ରୁହେ ତେବେ ଖୁବ୍‍ଶୀଘ୍ର କିଛି ବଡ ବ୍ୟବସାୟୀ ସେମାନଙ୍କ କର୍ମଚାରୀଙ୍କୁ ଅବ୍ୟାହତି ଦେବାକୁ ସଜବାଜ ହେଲେଣି ।

କାରଣ ହାତରୁ କେତେଦିନ ଦରମା ଗଣିବେ ବୋଲି ବ୍ୟବସାୟୀମାନେ ଓଲଟା ପ୍ରଶ୍ନ କରୁଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାପାଇଁ ଦାବି ହେଉଛି । ଯେଉଁ ବ୍ୟବସାୟୀମାନେ ଲକ୍‍ ଡାଉନ୍‍ କଟକଣା ଓ ସାମାଜିକ ଦୂରତ୍ୱ ପାଳନ କରିବେ ଅତି କମ୍‍ରେ ସେମାନଙ୍କୁ ବ୍ୟବସାୟ ଚଳାଇବାକୁ ସୁଯୋଗ ଦେବାକୁ ମତପ୍ରକାଶ ପାଉଛି । ନହେଲେ ବ୍ୟବସାୟ ବୁଡିବା ସାଙ୍ଗକୁ ଅନେକ କର୍ମଚାରୀ ବେକାର ହେବେ ଓ ବୁଣାକାରମାନେ ନିଜ ନିଜର କୌଳିକ ବୃତ୍ତି ହରାଇବାର ଆଶଙ୍କା ଜଳ ଜଳ ହୋଇ ଦିଶିଲାଣ