Odia News Portal

ଏବେ ୫୦୦୦ ଟଙ୍କା ଦେବେ ସରକାର, ଏହି ତାରିଖରୁ ଆରମ୍ଭ ହେଉଛି ରେଜିଷ୍ଟ୍ରେସନ୍‌

ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ଏନେଇ ଜାଣି ହିଁ ନାହାନ୍ତି। ଏଣୁ ସେମାନେ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଆପଣ କେମିତି ପାଇବେ ଏହି ଅର୍ଥ। ଏଥିପାଇଁ କେତକ ଖାସ୍‌ ନିୟମ ରହିଛି ଏହାକୁ ପୂରା କରିବା ପରେ ଆପଣଙ୍କ ଖାତାକୁ ୫୦୦୦ ଟଙ୍କା ଆସିଯିବ।

ଲକ୍‌ଡାଉନ୍‌ ମଧ୍ୟରେ ପ୍ରାୟ ସମସ୍ତ ରାଜ୍ୟ ସରକାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି। ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ନିଜ ରାଜ୍ୟର ଲୋକଙ୍କୁ ୫୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ରାଜଧାନୀରେ ରହୁଥିବା ବଢ଼େଇ, ଗ୍ରାଇଣ୍ଡର ଓ୍ଵାର୍କର, ନିର୍ମାଣାଧୀନ କାମରେ ନିୟୋଜିତ ବ୍ୟକ୍ତି, କଂକ୍ରିଟ୍‌ ମିକ୍ସଚରବାଲା, କ୍ରେନ୍‌ ଅପରେଟର, ଇଲେକ୍ଟ୍ରିସିଆନ୍‌, ଫିଟରମ୍ୟାନ୍‌, ଲୁହାକାମ କରୁଥିବା କମାର, ପମ୍ପ ଅପରେଟର, ରାଜମିସ୍ତ୍ରୀ, ଟାଇଲ ମିସ୍ତ୍ରୀ, ୱେଲ୍ଡର, କୁଲି ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏଥିପାଇଁ ଦିଲ୍ଲୀ ସରକାରଙ୍କ ତରଫରୁ ଏକ ଲିଙ୍କ ଜାରି କରାଯାଇଛି। ଶ୍ରମିକମାନେ ନିଜେ କିମ୍ବା କାହା ସାହାଯ୍ୟରେ ଏଥିରେ ରେଜିଷ୍ଟେସନ୍‌ କରିପାରିବେ। ରେଜିଷ୍ଟେସନ୍‌ ପ୍ରକ୍ରିୟା ୧୫ରୁ ୨୫ ମେ ଯାଏଁ ଚାଲିବ ବୋଲି ଜଣାଯାଇଛି। ମେ ୨୫ରୁ ଭେରିଫିକେସନ୍‌ ଆରମ୍ଭ ହେବ। ଏହି ପ୍ରକ୍ରିୟା ଶେଷ ହେବା ପରେ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିଦିଆଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।