Odia News Portal

କଟକଣା ସହ କମ୍‌ ସେବାୟତରେ ହେବ ସ୍ନାନ ଯାତ୍ରା

ପୁରୀ  : ଚଳିତ ବର୍ଷ କରୋନା କଟକଣା ଯୋଗୁ ଅଳ୍ପ ସେବାୟତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହେବ । ସ୍ନାନ ଯାତ୍ରାରେ ଯୋଗ ଦେଉଥିବା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ କେତେ ସଂଖ୍ୟାରେ ସେବାୟତ ସ୍ନାନ ଯାତ୍ରା କରିପାରିବେ ଓ କେଉଁ ନିଯୋଗରୁ କେତେ ରହିବେ ତା’ର ତାଲିକା ୨୫ ତାରିଖ ସୁଦ୍ଧା ପ୍ରଶାସନକୁ ଦିଆଯିବ ।

ସେହି ସେବାୟତମାନଙ୍କୁ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ମିଳିବ । ସେମାନେ ଏହି ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକରେ ଆଜି ଏ ସମ୍ପର୍କରେ ଆଲୋଚନା ହୋଇଛି ।