Odia News Portal

ଦି କ୍ଲବ ଓ କୁଏଷ୍ଟ ଗ୍ଲୋବାଲ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁ ଗରିବ ଠାରୁ ମଧ୍ୟବିତ୍ତ ପରିବାରରେ ଵର୍ଭମାନ ଚୁଲି ଜଳିବା ପାଇଁ ସମ୍ଵଳ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ସହାୟତା ଘୋଷଣା କରାଯାଇଥିଲେ ଵେ ଏହା ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ସରକାରଙ୍କ ସହ ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଲୋକ ଙ୍କ ନିକଟତର ହୋଇ ସହାୟତାର ହାତ ଵଢାଉଥିବା ଦେଖାଯାଉଛି ।

ଏହି କାର୍ଯ୍ୟକ୍ରମରେ ଉତ୍ତର ନିର୍ବାଚନମଣ୍ଡଳୀର ୱାର୍ଡ଼ ନଂ – ୧ ଓ ୨ ରେ ଥିବା ଦି କ୍ଲବ ଓ କୁଏଷ୍ଟ ଗ୍ଲୋବାଲ ତରଫରୁ ସ୍ଥାନୀୟ ଅଞ୍ଚଳରେ ୩୫୦ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

କ୍ଲବର ସମସ୍ତେ ଓ କୁଏଷ୍ଟ ଗ୍ଲୋବାଲର କର୍ମକର୍ତ୍ତା ସହ ଭୁବନେଶ୍ବର ଵିଜୁ ଜନତା ଦଳ ଯୁବ ଉପସଭାପତି ଯଥା ଜଣାଶୁଣା ସମାଜସେବୀ ମିହିର କୁମାର ରାଉତ ପ୍ରମୁଖ ମିଶି ସମସ୍ତ ପରିଵାରଙ୍କୁ ସନିଟାଇଜର, ମାକ୍ସ ପ୍ରଦାନ କରିବା ସହ ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଆଦି ବଣ୍ଟନ କରାଯାଇଥିଲା