Odia News Portal

କାଲିଠୁ ଆରମ୍ଭ ହେବ ୱନ ନେସନ୍ ୱନ୍ କାର୍ଡ

ନୂଆଦିଲ୍ଲୀ : ସୋମବାର ସାରା ଦେଶରେ ୱନ୍ ନେସନ୍-ୱନ୍ କାର୍ଡ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ୨୦ ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନାରେ ମୁଖ୍ୟତଃ ୬୭ କୋଟି ଗରିବ ଲୋକଙ୍କୁ ଫାଇଦା ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ସମୟରେ ଏନେଇ ସଙ୍କେତ ଦେଇଥିଲେ ।

ଆରମ୍ଭ ହେବ ୱନ୍ ନେସନ୍-ୱନ୍ କାର୍ଡ
ସାରା ଦେଶରେ ରାସନ୍ କାର୍ଡ ପାଇଁ ୧ ଜୁନରୁ ୱନ୍ ନେଶନ୍-ୱନ୍ କାର୍ଡ ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ । ଏହି ସ୍କିମର ଏହି ଫାଇଦା ହେବ କି ରାସନ କାର୍ଡ କୌଣସି ବି ରାଜ୍ୟରେ ପ୍ରସ୍ତୁତ କରିପାରିବେ ଏବଂ ଯେ କୌଣସି ରାଜ୍ୟରୁ ରାସନ କିଣିପାରିବେ । ଏଥିରେ ଗରିବାଙ୍କୁ ବହୁତ ଫାଇଦା ହେବ ।

ରାସନ କାର୍ଡଧାରୀଙ୍କୁ ୫ କିଲୋ ଚାଉଳ ୩ ଟଙ୍କା କିଲୋ ଦରରେ ଏବଂ ଗହମ ୨ ଟଙ୍କା କିଲୋ ଦରରେ ମିଳିବ । କାର୍ଡ ୨ଟି ଭାଷାରେ ଜାରି ହେବ- ସ୍ଥାୟନୀ ଭାଷା ଏବଂ ହିନ୍ଦୀ କିମ୍ବା ଇଂରାଜୀ ଭାଷା ରହିବ ।

ଅର୍ଥମନ୍ତ୍ରୀ କହିଛନ୍ତି କି ଯେଉଁମାନଙ୍କ ପାଖରେ ରାସନ କାର୍ଡ କିମ୍ବା କୌଣସି କାର୍ଡ ନଥିବ ସେମାନଙ୍କୁ ମଧ୍ୟ ୫ କିଲୋ ଗହମ ଏବଂ କିଲେ ଚାଉଳ ମିଳିବ । ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଏଥିରେ ଫାଇଦା ମିଳିବ । ଏଥିରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟମାନଙ୍କ ପାଖରେ ଏହି ଶ୍ରମିକଙ୍କ ସୂଚନା ରହିବ । ଆଗାମୀ ୨ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଲାଗୁ ରହିବ ।

ସ୍କିମରେ କ’ଣ ହେବ ଫାଇଦା
ଏହି ଯୋଜନାର ସବୁଠାରୁ ବଡ ଲାଭ ଗରିବ ଲୋକଙ୍କୁ ମିଳିବ
ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଫ୍ଟ ହେଉଛନ୍ତି ସେମାନେ ଲାଭ ପାଇବେ ନକଲି ରାସନ କାର୍ଡ ଉପରେ ପ୍ରତିବନ୍ଧକ ଲଗାଇବାରେ ମଧ୍ୟ ସାହାଯ୍ୟ କରିବ
ସମସ୍ତ ରାସନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବା ଏବଂ ପଏଣ୍ଟ ଅଫ୍ ସେଲ୍, ମେସିନ୍ ମାଧ୍ୟମରେ ରାସନ୍  ବଣ୍ଟନ ବ୍ୟବସ୍ଥା କରାଯିବ ୮୫ ପ୍ରତିଶତ ଆଧାର କାର୍ଡ ବିକ୍ରୟ ପଏଣ୍ଟ (POS) ମେସିନ୍ ସହିତ ସଂଯୁକ୍ତ ହୋଇସାରିଛି
୨୨ ଟି ରାଜ୍ୟରେ ୧୦୦ ପ୍ରତିଶତ POS ମେସିନ୍ ସ୍ଥାପନ କରାଯାଇଛି