Odia News Portal

ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ, ମାଜିଷ୍ଟେଟ୍‌ ଯାଞ୍ଚ୍‌ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ପଞ୍ଜାବ ଅମୃତସରର ବଟାଲା ଓ ତରଣ ତାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏହାର ମାଜିଷ୍ଟେଟ୍‌ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ, ପଞ୍ଜାବର ଅମୃତସର,ବଟାଲା ଓ ତରଣ ତାରଣ ଆଦି ୩ ଜିଲ୍ଲାରେ ମଦ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତ ୨୯ ତାରିଖରେ ୫ ଟି ମୃତ୍ୟୁ ମାମଲା ଆସିଥିବା ବେଳେ ପରବର୍ତ୍ତୀ ଦିନରେ ୧୬ ଜଣ ମୃତ୍ୟୁ ହୋଇଥିବ ଖବର ମିଳିଛି ବୋଲି ପଞ୍ଜାବ ପୁଲିସ୍‌ ମହାନିର୍ଦ୍ଦେଶକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାର ମାଜିଷ୍ଟେଟ୍‌ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ମୃତ୍ୟୁ ପଛରେ କେଉଁମାନେ ଦାୟୀ ତାହା ଜଣାପଡ଼ିବ ବୋଲି ଡିଜି କହିଛନ୍ତି ।