Odia News Portal

ଉଦାହାରଣ ପାଲଟିଛନ୍ତି ଏହି ଓଡିଆ ଯବାନ

ଭଦ୍ରକ :  କେବଳ ଦେଶ ସୀମା ନୁହେଁ ଦେଶର  କ୍ଷେତରେ ବି କାମ କରିପାରନ୍ତି ଦେଶର ଯବାନ।ଜୀବନଟା ଯାକ ମାଟି ମାର ସେବାରେ ନିଜକୁ ଉତ୍ସର୍ଗ କରୁଥିବା ଓ ସୀମାନ୍ତରେ ଦେଶର ସୀମା ଜଗୁଥିବା ଜଣେ ବୀର ଯବାନ ଏବେ ଛୁଟିରେ ଆସି କୃଷି କ୍ଷେତ୍ରରେ ଗରିବ ଚାଷୀଙ୍କୁ ସହାୟତ କରୁଛନ୍ତି। ଯେଉଁ ହାତରେ ବନ୍ଧୁକ ଧରି ଶତ୍ରୁ ସହ ଲଢେଇ କରନ୍ତି ସେହି ହାତରେ ବୀର ଯବାନ ଜଣଙ୍କ ଧାନ ବିଲରେ ପଶି ଧାନ ରୋଉଛନ୍ତି । ଏଭଳି ଘଟଣା ଦେଖାବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଞ୍ଚଳରେ ।

ଆରସା ଗାଁର ଜ୍ୟୋତିର୍ମୟ ପାଣ୍ଡବ ନାମକ ଜଣେ ଯବାନ ଛୁଟିରେ ନିଜ ଘରକୁ ଆସିଥିଲେ। ତେବେ କରୋନା ସମୟରେ ବହୁ ଗରିବ ଚାଷୀଙ୍କ ପାଖରେ ଅର୍ଥାଭାବ ଯୋଗୁଁ ଫସଲ ଅମଳ କରିପାରୁନଥିଲେ। ଏଭଳି ସମୟରେ ଯବାନ ଜଣକ ଚାଷୀ ମାନଙ୍କୁ ସହଯୋଗ ପାଇଁ ଆଗେଇ ଆସିଛନ୍ତି । ଜୀବନ ଜ୍ୟୋତି ସଂଗଠନର କିଛି ଯୁବକଙ୍କୁ ସାଙ୍ଗରେ ନେଇ ଚାଷୀଙ୍କ ସହ ବିଲରେ କାମ କରୁଛନ୍ତି ।

ତିହିଡି ଆଖ ପାଖରେ ବହୁ ଗରିବ ଚାଷୀ ଭାଗ ଚାଷୀଙ୍କ ଜମିକୁ ଯାଇ ଧାନ ତଳି ଓପାଡି ରୋଇଛନ୍ତି। ତେବେ ବୀର ଯବାନ ଜଣଙ୍କର ଏପରି ନିଷ୍ଠାପର କାର୍ଯ୍ୟରେ ଅନ୍ୟ ଯୁବକ ମାନେ ଅନୁପ୍ରାଣିତ ହେବା ସହ ତାଙ୍କର ଏପରି ଅଭିନଵ କାର୍ଯ୍ୟକୁ ସମସ୍ତେ ପସନ୍ଦ କରୁଛନ୍ତି। କରୋନା ସମୟରେ ଘରେ ବସିବା ଅପେକ୍ଷା ଗରିବଙ୍କୁ ସାହାଯ୍ୟ କରିବା ଉଚିତ ବୋଲି ଭାବି ଏପରି କାମ କରୁଥିବା ସେ ଯବାନ  କହିଛନ୍ତି।

ଯବାନ ଜଣକ ଆଜି ଏହି ବ୍ଲକର ବାରୁଅ ପଞ୍ଚାୟତରେ  ଜଣେ ଗରିବ ଚାଷୀଙ୍କ ବିଲରେ ଧାନ ତଳି ଓପାଡି ରୋଉଥିଲେ।  ତାଙ୍କ ସହ ୧୫ ଜଣ ଯୁବକ ମଧ୍ୟ ସାମିଲ ଥିଲେ। କାଦୁଅ ପାଣିରେ ପଶି ଏସବୁ କାମ କରୁଛନ୍ତି।  ଆସନ୍ତା ସୋମବାର ଦିନ ଯବାନ ଜଣକ ନିଜ କର୍ତ୍ତବ୍ୟ ସ୍ଥଳକୁ ଯିବେ।  କିନ୍ତୁ ସେ ନିଜ ଅଞ୍ଚଳକୁ ଆସିବେ ଏପରି ଚାଷକାର୍ଯ୍ୟ ଚାଲୁ ରଖିବେ ବୋଲି  କହିଛନ୍ତି।

ସେହିପରି ବହୁ ଯୁବକ ମାନେ କିପରି ନିଜ ଅଞ୍ଚଳରେ  ସେନା ବାହିନୀରେ ଚାକିର ପାଇବେ ସେଥିପାଇଁ ସେ ଦୁଇ ଗୋଟି ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରିଛନ୍ତି। ତେବେ ଜଣେ ବୀର ଯବାନ ଛୁଟି ରେ ଆସି ଏପରି କାର୍ଯ୍ୟ କରୁ ଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି ।